ରାଜ୍ୟରେ ଦିନକରେ ଆଉ ୧୧,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୮/୧: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୪୩୧ ଓ ସ୍ଥାନୀୟ ଅଞ୍ଚଳରୁ ୪୬୫୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୦୬୧ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୫୫,୪୮୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୦,୬୬,୦୩୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮୦,୯୧୪ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।