ରାଜ୍ୟରେ ଦିନକରେ ଆଉ ୫୨୬ କରୋନା ଆକ୍ରାନ୍ତ ଚିହ୍ନଟ,୧୮ ବର୍ଷ ଭିତରେ ୬୮ ଜଣ

ଭୁବନେଶ୍ୱର,୯/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୦୩ ଓ ସ୍ଥାନୀୟ ଅଞ୍ଚଳରୁ ୨୨୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୮ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୧,୦୪୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୦,୧୭,୭୧୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୦୩୫ ଜଣ ଚିକିତ୍ସାଧୀନ ଅଛନ୍ତି।