ରାଜ୍ୟରେ ଦିନକରେ ଆଉ ୫୨୪ କରୋନା ଆକ୍ରାନ୍ତ ଚିହ୍ନଟ,୧୮ ବର୍ଷ ଭିତରେ ୭୫ ଜଣ

ଭୁବନେଶ୍ୱର,୮/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୦୬ ଓ ସ୍ଥାନୀୟ ଅଞ୍ଚଳରୁ ୨୧୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୭୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୦,୫୧୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୦,୧୭,୧୧୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୧୧୧ ଜଣ ଚିକିତ୍ସାଧୀନ ଅଛନ୍ତି।