ଦେଶରେ ଅସମ୍ଭାଳ ପରିସ୍ଥିତି! ଦିନକରେ ୨ ଲକ୍ଷ ୬୮ହଜାରରୁ ଅଧିକ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ, ୧୫/୧: ରାଜ୍ୟ ଓ ଦେଶରେ ଦିନକୁ ଦିନ କଁ ରୋନା ସଂକ୍ରମଣ ବିସ୍ଫୋରକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୮ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪୦୨ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୬୮,୫୦,୯୬୨ରେ ପହଞ୍ଚିଛି । ସେହିପରି  ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୫,୭୫୨ରେ ପହଞ୍ଚିଛି । ଅନ୍ୟପଟେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୯,୪୭,୩୯୦ ରହିଛି । ଏହାଛଡ଼ା ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୪,୧୭,୮୨୦ । ଦେଶରେ ସମୁଦାୟ ‘ଓମିକ୍ରନ୍‌’ ସଂକ୍ରମଣ ସଂଖ୍ୟା ମଧ୍ୟ ୬,୦୪୧ରେ ପହଞ୍ଚିଛି ।