ଦେଶରେ ଦିନକରେ ୧୬,୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ ,୨୮/୧୦: ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୬ ହଜାର ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୧୦,୫୨୯କୁ ବୃଦ୍ଧି ପାଇଛି । ସେହିପରି ଆଜି ୭୩୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୬ ହଜାର ୩୮୬ ରେ ପହଁଚିଛି । ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ କୋଟି ୩୬ ଲକ୍ଷ ୧୪ ହଜାର ୪୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏବେ ମୋଟ ଆକ୍ଟିଭ କେସ୍ ୧ ଲକ୍ଷ ୬୦ ହଜାର ୯୮୯ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।