ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୪ ହଜାର ୧୪୬ ଜଣ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ ,୧୭/୧୦ : ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୪ ହଜାର ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୬୭,୭୧୯କୁ ବୃଦ୍ଧି ପାଇଛି । ସେହିପରି ଆଜି ୧୪୪ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୨ ହଜାର ୧୨୪ ରେ ପହଁଚିଛି । ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ କୋଟି ୩୪ ଲକ୍ଷ ୧୯ ହଜାର ୭୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏବେ ମୋଟ ଆକ୍ଟିଭ କେସ୍ ୧ ଲକ୍ଷ ୯୫ ହଜାର ୮୪୬ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।