୨୪ ଘଣ୍ଟା ଭିତରେ ୨୭ ହଜାର ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ , ୧୫/୯: ଦେଶରେ ଗତ ୨୪ ଘଣ୍ଟା ଭିତରେ ୨୭ ହଜାର ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୧୬,୭୫୫କୁ ବୃଦ୍ଧି ପାଇଛି । ସେହିପରି ଆଜି ୨୮୪ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୩ ହଜାର ୪୯୭ ରେ ପହଁଚିଛି ।  ଏବେ ମୋଟ ଆକ୍ଟିଭ କେସ୍ ୩ ଲକ୍ଷ ୫୧ ହଜାର ୦୮୭ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।