ଭୁବନେଶ୍ୱରରେ ଆଜି ଆଉ ୬୬୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୮/୬: ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଓଡ଼ିଶାରେ ୫୮୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ ୬୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୬୬୧ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୫୬ ଓ ସ୍ଥାନୀୟ ଅଞ୍ଚଳରୁ ୫୦୫ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୧୩୫୭ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୫୭୦କୁ ବୃଦ୍ଧି ପାଇଛି। ୭୩,୯୬୫ ଜଣ ସୁସ୍ଥ ହୋଇଥିବା ବେଳେ ୩୬୨ ଜଣଙ୍କର ମୃତ୍ୟୁ ଘଟିଛି ଓ ଏବେ ଭୁବନେଶ୍ୱର ରେ ୭୨୨୨ ଆକ୍ଟିିିଭ କେସ ରହିଛି।