ରାଜ୍ୟରେ ଆଜି ୧୦,୬୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୯/୫: ରାଜ୍ୟରେ ପୁଣିଥରେ  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦,୬୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୦୧୨ ଓ ସ୍ଥାନୀୟ ଅଞ୍ଚଳରୁ ୪୬୨୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୩୪,୮୪୨କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୪ ଲକ୍ଷ ୩୯ ହଜାର ୩୨୨ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ  ଏବେ ବି ୯୩,୨୮୭ ଜଣ ଚିକିତ୍ସାଧୀନ ଅଛନ୍ତି।