ସାଂଘାତିକ ସ୍ଥିତି : ରାଜଧାନୀ ଭୁବନେଶ୍ବରରୁ ଆଜି ୧୧୯୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧/୫: ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଓଡ଼ିଶାରେ ୯୭୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ରାଜଧାନୀ ଭୁବନେଶ୍ୱରରୁ ୧୧୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୧୯୬ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୯୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୦୨ରୋଗୀ ଚିହ୍ନଟ ହୋଇଛନ୍ତି।ସେହିପରି ଆଜି ୮୫୮ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫,୭୭୨ କୁ ବୃଦ୍ଧି ପାଇଛି। ୪୪,୭୭୮ଜଣ ସୁସ୍ଥ ହୋଇଥିବା ବେଳେ ୨୮୪ ଜଣଙ୍କର ମୃତ୍ୟୁ ଘଟିଛି ଓ ଏବେ ଭୁବନେଶ୍ୱର ରେ ୧୦୬୮୯ ଆକ୍ଟିିିଭ କେସ ରହିଛି।