ଦେଶରେ ଦିନକରେ ୨୫,୧୬୬ ଆକ୍ରାନ୍ତ ଚିହ୍ନଟ, ଚାଲିଗଲା ୪୩୭ ଜୀବନ

ନୂଆଦିଲ୍ଲୀ ,୧୭/୮ : ଦେଶରେ ଗତ ୨୪ ଘଣ୍ଟା ଭିତରେ ୨୫,୧୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୨ ଲକ୍ଷ ୫୦ ହଜାର ୬୭୦କୁ ବୃଦ୍ଧି ପାଇଛି । ସେହିପରି ଆଜି ୪୩୭ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୨ ହଜାର ୦୭୯ରେ ପହଁଚିଛି । ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ କୋଟି ୧୪ ଲକ୍ଷ ୪୮ ହଜାର ୭୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏବେ ମୋଟ ଆକ୍ଟିଭ କେସ୍ ୩ ଲକ୍ଷ ୬୯ ହଜାର ୮୪୬ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।