ରାଜ୍ୟରେ ଆଜି ୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୫/୪: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୭ ଜଣଙ୍କ ଜୀବନ ନେଇଛି କରୋନା । ୭ ଜଣଙ୍କ ମଧ୍ୟରେ ଗଞ୍ଜାମ, କଳାହାଣ୍ଡି ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଏବଂ ରାୟଗଡ଼ାରୁ ୨ ମୃତ। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୮୮ କୁ ବୃଦ୍ଧି ପାଇଛି ।