ରାଜ୍ୟରେ ଆଜି ଆଉ ୬୯ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୦/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୨୨୩କୁ ବୃଦ୍ଧି ପାଇଛି । ଜଗତସିଂହପୁରରେ ସର୍ବାଧିକ ୧୨, କଟକରେ ୧୧ ଜଣ,  ଢେଙ୍କାନାଳରୁ ୮, ଭଦ୍ରକ ଓ ଯାଜପୁରରେ ୬ ଜଣ, ଅନୁଗୁଳ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ୫ ଜଣ, ପୁରୀ-୪, କେନ୍ଦୁଝର ଓ ମୟୂରଭଞ୍ଜରେ ୩-୩, ନୟାଗଡ଼ରେ ଜଣେ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।