ରାଜ୍ୟରେ ଆଜି ୬୮୫୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୬/୫: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି। ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୬୮୫୪ କରୋନା ଆକ୍ରାନ୍ତ । ଏହାସହ ରାଜ୍ୟରେ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୪ ଲକ୍ଷ ୨୩ ହଜାର ୨୫୭କୁ ବୃଦ୍ଧି ପାଇଛି।