ରାଜ୍ୟରେ ଦିନକରେ ଆଉ ୬୮୧ କରୋନା ଆକ୍ରାନ୍ତ ଚିହ୍ନଟ, ୦-୧୮ ବର୍ଷ ଭିତରେ ଅଛନ୍ତି ୧୧୮ ଜଣ

ଭୁବନେଶ୍ୱର, ୪/୯: ରାଜ୍ୟରେ ଏବେ ହଜାର  ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୯୮ ଓ ସ୍ଥାନୀୟ ଅଞ୍ଚଳରୁ ୨୮୩ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୧୮ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୦,୭୫୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୯,୯୫,୪୭୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭,୧୮୬ ଜଣ ଚିକିତ୍ସାଧୀନ ଅଛନ୍ତି।