ରାଜ୍ୟରେ ଆଜି ୬୮ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୩/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୬୮  ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ କରୋନା ରୋଗୀଙ୍କ ମୃତ୍ୟୁ, ଗଞ୍ଜାମରୁ ୭, ମୟୂରଭଞ୍ଜ ଓ ବରଗଡ଼ରୁ ୬ ଜଣ ଲେଖାଏଁ ,  ସୁନ୍ଦରଗଡ଼ ୫, ପୁରୀ ୪, ଅନୁଗୁଳ ୩, ଯାଜପୁରରୁ ୩ ଆକ୍ରାନ୍ତ,  କେନ୍ଦୁଝର, କେନ୍ଦ୍ରାପଡ଼ା, ନୟାଗଡ଼, ଝାରସୁଗୁଡ଼ାରୁ ୨ ଲେଖାଏଁ , ଢେଙ୍କାନାଳ, କଟକ ଓ ବଲାଙ୍ଗିରରୁ ବି ୨ ଜଣ ,
ବାଲେଶ୍ବର, କନ୍ଧମାଳ ଓ ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୭୩୦ କୁ ବୃଦ୍ଧି ପାଇଛି ।