ରାଜ୍ୟରେ ଆଜି ଆଉ ୬୭ଜଣ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୨୪/୮:  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୭ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୪୯୩କୁ ବୃଦ୍ଧି ପାଇଛି । କଟକରୁ ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮, ଯାଜପୁରରୁ ୬, ବାଲେଶ୍ବରରୁ ୫, ଅନୁଗୁଳ ୩, କେନ୍ଦ୍ରାପଡ଼ା ୩, ମୟୂରଭଞ୍ଜ ୨, ଭଦ୍ରକ ୨, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।