ରାଜ୍ୟରେ ଆଜି ୬୭ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୨/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୬୭ ଜଣଙ୍କ ଜୀବନ ନେଇଛି କରୋନା । ଏହାସହ  କରୋନାଜନିତ  ମୋଟ ମୃତ୍ୟୁ ସଂଖ୍ୟା ୫୩୦୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବା ବେଳେ ବାଲେଶ୍ବରରୁ ୮, ବରଗଡ଼ରୁ ୭, ନବରଙ୍ଗପୁରରୁ ୬,  ଅନୁଗୁଳ, ପୁରୀ ଓ ରାୟଗଡ଼ାରୁ ୫ ଲେଖାଏଁ , ଢେଙ୍କାନାଳରୁ ୪, କନ୍ଧମାଳ ଓ ମୟୂରଭଞ୍ଜରୁ ୨ ଲେଖାଏଁ , କଳାହାଣ୍ଡି, କେନ୍ଦ୍ରାପଡ଼ା, ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିିିଛି।