ରାଜ୍ୟରେ ଆଜି ୬୬ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୮/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୬୬  ଜଣଙ୍କ ଜୀବନ ନେଇଛି କରୋନା । ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା  ୫ ହଜାର ଟପିଛି। କରୋନାଜନିତ  ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୫୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଆକ୍ରାନ୍ତଙ୍କ ମୃତ୍ୟୁ  ଘଟିଥିବା ସୂଚନା ରହିଛି।