ରାଜ୍ୟରେ ଆଜି ଆଉ ୬୬ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୬/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୨୮କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୧୫ ଜଣ , ସମ୍ୱଲପୁରରୁ ୧୧ ଜଣ, ବରଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ୮ ଜଣ,ଯାଜପୁର ଜିଲ୍ଲାରୁ ୪ ଜଣ ଏବଂ ବୌଦ୍ଧ ଜିଲ୍ଲାରୁ ୩ଜଣ ଅଛନ୍ତି। ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଲେଖାଏଁ , ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।