ରାଜ୍ୟରେ ୨୪ ଘଣ୍ଟାରେ ୬୪ ଜଣ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୭/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୪ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୩୬୬ କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୨୭, କଟକରୁ ୧୭, ବାଲେଶ୍ବର ଓ କେନ୍ଦୁଝରରୁ ୪ ଲେଖାଏଁ, ମୟୂରଭଞ୍ଜରୁ ୩, ଅନୁଗୁଳ, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି।ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।