ରାଜ୍ୟରେ ୨୪ ଘଣ୍ଟାରେ ୬୦ ଜଣ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୧୩/୮: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମୁନି । ରାଜ୍ୟରେ ଆଜି ଆଉ ୬୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୭୫୭ କୁ ବୃଦ୍ଧି ପାଇଛି । ବରଗଡ଼ ଜିଲ୍ଲାରେ ସର୍ବାଧିକ ୧୩, କଟକରେ ୧୧, ବଲାଙ୍ଗିରରୁ ୬, ଅନୁଗୁଳ, ଜଗତସିଂହପୁର ଓ ସମ୍ବଲପୁରରେ ୫ ଲେଖାଏଁ, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୨, ବାଲେଶ୍ବରରୁୁ ୨ ଓ ଭଦ୍ରକ ଜିଲ୍ଲାରୁ ଜଣେ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।