ରାଜ୍ୟରେ ୨୪ ଘଣ୍ଟାରେ ଚାଲିଗଲା ୬ ଜୀବନ

ଭୁବନେଶ୍ୱର, ୧୨/୧୦: ରାଜ୍ୟରେ ଆଜି ଆଉ ୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୨୫୫କୁ ବୃଦ୍ଧି ପାଇଛି । ୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିପରି ଆଜି ରାଜ୍ୟରେ ୫୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଏବେ ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ୩୨ ହଜାର ୬୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୧୯,୨୧୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫ ହଜାର ୧୪୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।