ରାଜ୍ୟରେ ଆଜି ୫୮ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୦/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୫୮ ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବରରୁ ୬ ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧ ରୋଗୀ ମୃତ, ବରଗଡ଼ ଓ ପୁରୀ ଜିଲ୍ଲାରେ ୭ ଜଣ ଲେଖାଏଁ , ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରେ ୬ ଜଣ ଲେଖାଏଁ , ସମ୍ବଲପୁରରେ ୪, କେନ୍ଦ୍ରାପଡ଼ାରେ ୩, କଟକ ଓ ଢେଙ୍କାନାଳରେ ୨-୨, କେନ୍ଦୁଝର ଓ ନୟାଗଡ଼ରେ ୨-୨; ଅନୁଗୁଳ, ଗଜପତି, ଯାଜପୁରରେ ୧-୧, ଝାରସୁଗୁଡ଼ା, କଳାହାଣ୍ଡି ଓ ମୟୂରଭଞ୍ଜରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୫୩୪ କୁ ବୃଦ୍ଧି ପାଇଛି ।