ରାଜ୍ୟରେ ଆଜି ୫୬ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୦/୭: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୫୬ ଜଣଙ୍କ ଜୀବନ ନେଇଛି କରୋନା । ଏହାସହ  କରୋନାଜନିତ  ମୋଟ ମୃତ୍ୟୁ ସଂଖ୍ୟା ୫୧୭୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୧୯, ସୁନ୍ଦରଗଡ଼ରୁ ୮, ବରଗଡ଼ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ପୁରୀରୁ ୩ ଜଣ ଲେଖାଏଁ, ମାଲକାନଗିରିରୁ ୨, କଟକ, ଦେବଗଡ଼, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।