ରାଜ୍ୟରେ ଆଜି ୪୭ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୨/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଇଛି କରୋନା ।  ଖୋର୍ଦ୍ଧାରୁ ସର୍ବାଧିକ ୬ ଓ କଟକରୁ ୫ ଜଣ,  ଅନୁଗୁଳ, ବରଗଡ଼ରୁ ୪ ଜଣ ଲେଖାଏଁ , ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ ଓ ଗଞ୍ଜାମରୁ ୩ ଲେଖାଏଁ , ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପରୀରୁ ୨ ଜଣ ଲେଖାଏଁ , ବଲାଙ୍ଗିର, ଯାଜପୁର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୨୫୭ କୁ ବୃଦ୍ଧି ପାଇଛି ।