ରାଜ୍ୟରେ ଆଜି ୪୨ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୩/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୨ ଜଣଙ୍କ ଜୀବନ ନେଇଛି କରୋନା । ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ , କଳାହାଣ୍ଡି ଓ କଟକରୁ ୪ ଜଣ ଲେଖାଏଁ , ଝାରସୁଗୁଡ଼ା, ଖୋର୍ଦ୍ଧା, ଓ ବୌଦ୍ଧରୁ ୩ ଜଣ ଲେଖାଏଁ , ଅନୁଗୁଳ, ବାଲେଶ୍ବର, ବଲାଙ୍ଗିର ଓ ଦେବଗଡ଼, ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ାରୁ ରୁ ୨ ଜଣ ଲେଖାଏଁ , ପୁରୀ, ଗଞ୍ଜାମ, ବରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୮୭୩ କୁ ବୃଦ୍ଧି ପାଇଛି ।