ରାଜ୍ୟରେ ଆଜି ୪୦ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୯/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୪୦ ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବରରୁ ୫ ସମେତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ମୃତ,  ବରଗଡ଼, କଟକ ଓ ନୟାଗଡ଼ ଜିଲ୍ଲାରେ ୫ ଜଣ ଲେଖାଏଁ , ପୁରୀରେ ୪, ଅନୁଗୁଳ ଓ ଗଞ୍ଜାମରେ ୩ ଜଣ ଲେଖାଏଁ , କଳାହାଣ୍ଡିରେ ୨,  ଭଦ୍ରକ, ଢେଙ୍କାନାଳ, ଯାଜପୁର,
କୋରାପୁଟ, ନବରଙ୍ଗପୁର ଓ ସମ୍ବଲପୁରରେ  ଜଣେ ଲେଖାଏଁ ଆକ୍ର୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୯୭୦ କୁ ବୃଦ୍ଧି ପାଇଛି ।