ରାଜ୍ୟରେ ଆଜି ୩୯ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୭/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୩୯ ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ, ବରଗଡ଼, କଟକ, ନୟାଗଡ଼ରୁ ୫ ଜଣ ଲେଖାଏଁ , ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୩ ଜଣ , ଗଞ୍ଜାମ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୋନପୁରରୁ ୨ ଲେଖାଏଁ , ପୁରୀରୁ ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୮୮୭ କୁ ବୃଦ୍ଧି ପାଇଛି ।