ରାଜ୍ୟରେ ଆଜି ୩୯ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୭/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୩୯ ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୬ ଆକ୍ରାନ୍ତ,  କଟକ, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ , ଗଞ୍ଜାମରୁ ୩, ଜଗତସିଂହପୁରରୁ ୩ ଓ କଳାହାଣ୍ଡିରୁ ୩ ଆକ୍ରାନ୍ତ,
ବୌଦ୍ଧରୁ ୨ ଓ ସୁବର୍ଣ୍ଣପୁରରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪୭୧ କୁ ବୃଦ୍ଧି ପାଇଛି ।