ରାଜ୍ୟରେ ଆଜି ୩୭ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୮/୬: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୩୭ ଜଣଙ୍କ ଜୀବନ ନେଇଛି କରୋନା । କଟକ, ଭୁବନେଶ୍ବର, କଳାହାଣ୍ଡି ଓ ଝାରସୁଗୁଡ଼ାରୁ ୪ ଜଣ, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗିର, କେନ୍ଦ୍ରାପଡ଼ା, ଦେବଗଡ଼ ଓ ରାୟଗଡ଼ାରୁ ୨ ଲେଖାଏଁ , ଗଜପତି, ମୟୂରଭଞ୍ଜ, ଖୋର୍ଦ୍ଧା, ସମ୍ବଲପୁରରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୫୦୮ କୁ ବୃଦ୍ଧି ପାଇଛି ।