ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ନୂଆଦିଲ୍ଲୀ, ୨୧/୮: ଜମ୍ମୁ କଶ୍ମୀର ପୁଣି ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ ହୋଇଛନ୍ତି । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି ।କିନ୍ତୁ ସେମାନଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ । ଏବେ ବି ସେଠାରେ ସୁରକ୍ଷାକର୍ମୀ ଘେରି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗରେ ଆତଙ୍କାବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କୀ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି ।