ରାଜ୍ୟରେ ଆଜି ୨୭ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୧/୫: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୨୭ଜଣଙ୍କ ଜୀବନ ନେଇଛି କରୋନା ।  ଖୋର୍ଦ୍ଧା, କୋରାପୁଟରୁ ୪ ଲେଖାଏଁ, ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏଁ, କଳାହାଣ୍ଡିରୁ ୨ ଓ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ମୃତ୍ୟୟୁ ଘଟିଛି।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୪୩୦ କୁ ବୃଦ୍ଧି ପାଇଛି ।