ରାଜ୍ୟରେ ଆଜି ୨୫ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୨୦/୫: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୨୫ଜଣଙ୍କ ଜୀବନ ନେଇଛି କରୋନା । ଖୋର୍ଦ୍ଧା ଓ କଳାହାଣ୍ଡିରୁ ସର୍ବାଧିକ ୪ ଜଣ ଲେଖାଏଁ ,
ଅନୁଗୁଳରୁ ୩, ଗଞ୍ଜାମ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨-୨,
ବାଲେଶ୍ବର, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, ଢେଙ୍କାନାଳ, କେନ୍ଦୁଝର ଓ ପୁରୀରୁ ବି ଜଣେ ଲେଖାଏଁ କୋଭିଡରେ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୪୦୩ କୁ ବୃଦ୍ଧି ପାଇଛି ।