ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୨୦୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୮।୧୦: ପ୍ରତିଦିନ ରାଜ୍ୟର ୩୦ ଜିଲ୍ଲାରୁ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ମଧ୍ୟ ୩୦ ଜିଲ୍ଲାରୁ ୨୧୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୦୧୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୫୧ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୮୩୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୨୯, ବାଲେଶ୍ୱରରୁ ୬୯, ବରଗଡ଼ରୁ ୭୭, ଭଦ୍ରକରୁ ୪୧, ବଲାଙ୍ଗୀରରୁ ୭୧, ବୌଦ୍ଧରୁ ୧୨, କଟକରୁ ୧୫୦, ଢ଼େଙ୍କାନାଳରୁ ୩୮, ଗଜପତିରୁ ୬, ଗଞ୍ଜାମରୁ ୩୩, ଜଗତସିଂହପୁରରୁ ୬୪, ଯାଜପୁରରୁ ୭୩, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୬୯, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୬୧, କେନ୍ଦ୍ୁଝରରୁ ୫୮, ଖୋର୍ଦ୍ଧାରୁ ୨୮୩, କୋରାପୁଟରୁ ୪୧, ମାଲକାନଗିରିରୁ ୨୦, ମୟୁରଭଞ୍ଜରୁ ୧୧୧, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୪୦, ନୂଆପଡ଼ାରୁ ୯୦, ପୁରୀରୁ ୩୦, ରାୟଗଡ଼ରୁ ୨୪, ସମ୍ବଲପୁର ରୁ ୫୨, ସୋନପୁରରୁ ୬୮, ସୁନ୍ଦରଗଡ଼ରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି ।