ରାଜ୍ୟରେ ଆଜି ୧୭ ଜଣ କରୋନାରେ ମୃତ୍ୟୁ

ଭୁବନେଶ୍ୱର, ୧୨/୫: ରାଜ୍ୟରେ ଏଣିକି ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଆଜି ରାଜ୍ୟରେ ୧୭ଜଣଙ୍କ ଜୀବନ ନେଇଛି କରୋନା । ଅନୁଗୁଳରୁ ୩, ଭୁବନେଶ୍ବର, ସୁନ୍ଦରଗଡ଼, ନୂଆପଡ଼ା ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ, ଖୋର୍ଦ୍ଧା, ପୁରୀ, ବାଲେଶ୍ବର, ବୌଦ୍ଧ, ଢେଙ୍କାନାଳ ଓ ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି ।