ରାଜ୍ୟରେ ଆଜି ୧୪୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୫ /୧୧(ଦି ପ୍ରଗତି ନ୍ୟୁଜ୍): ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ଖୁସି ଖବର ସାମ୍ନାକୁ ଆସିଛି । ଆଜି ୧୪୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୮୩୫୩୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ରୁ ୧୬୯, ବାଲେଶ୍ୱରରୁ ୧୧୦, କଟକରୁ ୧୦୭,  ସୁନ୍ଦରଗଡ଼ରୁ ୯୭, ଜଗତସିଂହପୁର ରୁ ୯୩, କେନ୍ଧୁଝରରୁ ୯୦, ଅନୁଗୁଳରୁ ୮୪, ବଲାଙ୍ଗୀର ରୁ ୬୭, ମୟୁରଭଞ୍ଜ ରୁ ୬୦, ନୂଆପଡ଼ାରୁ ୬୦, କେନ୍ଦ୍ରାପଡା ରୁ ୫୦ ଜଣ ସୁସ୍ଥ ହୋଇଛନ୍ତି ।