ଟିଏମସି ନେତା ସତ୍ୟନ ଚୌଧୁରୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୭/୦୧: ପଶ୍ଚିମବଙ୍ଗ ମୁର୍ସିବାଦରେ ଟିଏମସି ନେତା ସତ୍ୟନ ଚୌଧୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । କିଛି ଅଜ୍ଞାତ ବ୍ୟକ୍ତି ସତ୍ୟନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆଜି ମଧ୍ୟାହ୍ନରେ ବହରାମପୁର ଚଲଟିୟା ଠାରେ କିଛି ଅଜଣା ବ୍ୟକ୍ତି ବାଇକରେ ଆସି ସତ୍ୟନଙ୍କୁ ଗୁଳି ମାରିଥିଲେ । ଏହି ଘଟଣା ପରେ ସତ୍ୟନଙ୍କୁ ତୁରନ୍ତ ମୁର୍ସିଦାବାଦ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସତ୍ୟନ ପ୍ରଥମେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କର ଅତି ନିକଟତର ଥିଲେ । ପରେ ସେ ଟିଏମସିରେ ଯୋଗ ଦେଇଥିଲେ । ସତ୍ୟନଙ୍କୁ କିଏ ଓ କାହିଁକି ହତ୍ୟା କଲା ତା ଉପରେ ତଦନ୍ତ କରୁଛି  ପୋଲିସ।