ତିରୁପତି ମନ୍ଦିର ଲଡ଼ୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶ୍ରଣ ଘଟଣାର ରିପୋର୍ଟ ମାଗିଲା କେନ୍ଦ୍ର

ଭୁବନେଶ୍ୱର,୨୦/୧୦: ତିରୁପତି ମନ୍ଦିର ଲଡ଼ୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶ୍ରଣ ଘଟଣାର ରିପୋର୍ଟ ମାଗିଛି କେନ୍ଦ୍ର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କହିଛନ୍ତି।
ସେପଟେ ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ଏ ଉପରେ ବିସ୍ତୃତ ତଦନ୍ତ ଆବଶ୍ୟକ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଥିଲେ ଯେ, ପୂର୍ବର ୱାଇଏସ ଜଗନ ମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ କ୍ଷମତାରେ ଥିବାବେଳେ ତିରୁପତି ବାଲାଜୀ ମନ୍ଦିରରେ ନିର୍ମିତ ହେଉଥିବା ପ୍ରସାଦ ଲଡ଼ୁରେ ନିମ୍ନ ମାନର ତେଲ ମିଶ୍ରଣ ହେଉଥିଲା। ଏବେ ମଧ୍ୟ ସେପରି ପ୍ରକ୍ରିୟା ଚାଲିଛି। ଏହା ପରେ NDDB CALF ନାମକ ଘରୋଇ ଲ୍ୟାବ ପକ୍ଷରୁ ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ରୂପେ ବିକ୍ରି ହେଉଥିବା ଲଡୁର ମାନ ପରୀକ୍ଷା କରାଯାଇଥିଲା। ପରୀକ୍ଷଣରୁ ଲଡୁରେ ମାଛ ତେଲ,ଗୋମାଂସରୁ ବାହାରୁଥିବା ଚର୍ବି, ଘୁଷୁରି ଚର୍ବିର ମିଶ୍ରଣ କରାଯାଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *