ମୁଣ୍ଡବ୍ୟଥା ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ମୁଣ୍ଡବ୍ୟଥା ପ୍ରାୟ ସମସ୍ତଙ୍କର ହୋଇଥାଏ । ଏହାର ବିଭିନ୍ନ ପ୍ରକାର କାରଣ ରହିଛି । କମ୍ ଶୋଇବା, ଟେନସନରେ ରହିବା, ବହୁତ ସମୟ ଧରି କାମ କରିଲେ ମୁଣ୍ଡବ୍ୟଥା ହୋଇଥାଏ । ମୁଣ୍ଡବ୍ୟଥାକୁ ସଙ୍ଗେ ସଙ୍ଗେ କମ କରିବାକୁ ବିଭିନ୍ନ ପ୍ରକାର ମେଡ଼ିସିନ ଆମେ ଖାଇଥାଏ । ବହୁ ପେନକିଲର ମଧ୍ୟ ବ୍ୟବହାର କରିଥାଉ । ଯାହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ ।

ଖାଦ୍ୟ ଖାଇବା ପରେ ପାଣି ପିଇବା ଜରୁରୀ ହୋଇଥାଏ । ତେଣୁ ଅତ୍ୟଧିକ ପାଣି ପିଅନ୍ତୁ ।
ମୁଣ୍ଡ ବିନ୍ଧା ହେଉଥିଲେ ଗରମ ପାଣିରେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଦେଖିବେ କିଛି ସମୟ ଭିତରେ ଉପଶମ ମିଳିବ ।
ରୁମାଲ ରେ କିଛି ପୁଦିନା ତେଲର ବୁନ୍ଦା ପକାଇ ଶୁଙ୍ଘନ୍ତୁ । ଦେଖିବେ ମୁଣ୍ଡବିନ୍ଧା ଦୂରେଇ ଯିବ ।
ଗରମ ଖିରରେ ହଳଦି ମିଶାଇ ପିଇଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ । ଟେନସନରୁ ମଧ୍ୟ ମୁକ୍ତି ମିଳିଥାଏ ।
ଚାହାରେ ଗୋଲମରିଚ ପକାଇ ପିଇବା ଓ କପାଳରେ ଚନ୍ଦନ ଝେଶରି ଲଗାଇଲେ ମଧ୍ୟ ମୁଣ୍ଡବିନ୍ଧା ଭଲ ହୋଇଥାଏ । ସେହିପରି ପାଣିରେ ତୁଳସିପତ୍ର ପକାଇ ସେହି ପାଣିକୁ ପିିଇଲେ ଆରାମ ମିଳିଥାଏ ।