ମୁହଁର କେଶକୁ ହଟାଇବା ପାଇଁ ଘରୋଇ ଉପାୟ

ସାଧାରଣତଃ ଆଜିକାଲି ତରୁଣୀମାନେ ସୁନ୍ଦରୀ ଦିଶିବା ପାଇଁ କେତେ କଣ କରୁଛନ୍ତି । କିନ୍ତୁ ଆଜିକାଲି ଝିଅମାନେ ମୁହଁରେ ଉଠୁଥିବା କେଶକୁ ନେଇ ବହୁ ଚିନ୍ତିତରହୁଛନ୍ତି । ଖାସ କରି ଓଠର ଉପରି ଭାଗ ହେଉଥିବା କେଶକୁ ନେଇ ବହୁ ଚିନ୍ତାରେ ରହୁଛନ୍ତି । କାରଣ ଅନ୍ୟମାନେ ଏହାକୁ ନେଇ ଥଟା କରିଥାନ୍ତି । ଏବଂ ତାଙ୍କ ସୁନ୍ଦରତା ଉପରେ ମଧ୍ୟ ଆଞ୍ଚ ଆସେ । କିନ୍ତୁ ଏହା କିଛି ଘରୋଇ ଉପାୟରେ ସମାଧାନ କରିହେବ । ଆସନ୍ତୁ ଜାଣିବା କିପରି ଘରେ ଏହାକୁ ପ୍ରସ୍ତୁତ କରିବା…
ଆପଣ ଏକ ଚାମଚ ହଳଦୀ ପାଉଡ଼ରରେ ଅଳ୍ପ ପାଣି ମିଶାନ୍ତୁ । ତାପରେ ଏକ ଗାଢ଼ ପେଷ୍ଟ ପରି ବନାନ୍ତୁ । ସେହି ପେଷ୍ଟକୁ ଓଠର ଉପରିଭାଗରେ ଧୀରେ ଧୀରେ ଲଗାନ୍ତୁ ।
୩୦ମିନିଟ ପରେ ଏହାକୁ ଲଗାଇଥିବା ପଟରୁ ଆରପଟକୁ କାଢ଼ନ୍ତୁ ବା ପୋଛନ୍ତୁ । ଏହି ପରି ଚାରି ସପ୍ତାହ କରନ୍ତୁ ଫରକ ଆପଣ ନିଜେ ଜାଣିପାରିବେ । ଏହା କେଶ ନଉଠିବାରେ ସାହାଯ୍ୟ କରିଥାଏ ।
ଆପଣ ଏକ ପାତ୍ରରେ ଅଳ୍ପ ପରିମାଣର ଲେମ୍ଭୁ ରସ, ଚିନି ଏବଂ ଅଳ୍ପ ପାଣି ପାକଇ ଏକ ମିଶ୍ରଣ ବନାନ୍ତୁ । ମିଶ୍ରଣ ପ୍ରସ୍ତୁତ ହେବା ପରେ ଏହାକୁ ଓଠର ଉପରିଭାଗରେ
ଲଗାନ୍ତୁ । ୧୫ମିନିଟ ଛାଡ଼ି ଦିଅନ୍ତୁ । ଏହା ଶୁଖିଲା ପରେ ତାକୁ ଭଲ ଭାବେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
ଆପଣ ଏକ ଚାମଚରେ ଅଣ୍ଡାର ଧଳା ଅଂଶରେ ଏକ ଚାମଚ ଅଟା ଓ ଏକ ଚାମଚ ଚିନିକୁ ମିଶାଇ ଦେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ଓଠର
ଉପରିଭାଗରେ ଲଗାନ୍ତୁ । ଏହା ଶୁଖିଗଲାପରେ ତାକୁ ଭଲଭାବେ ଧୋଇ ଦିଅନ୍ତୁ । ଏହି ପରି ସପ୍ତାହରେ ଦୁଇଥର