୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ୧୫/୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ମଧ୍ୟ କରୋନା ସଂକ୍ରମଣ ନେଇ ମୁଖ୍ୟ ଶାସନ ସଚିବ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତାକାଲିଠୁ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ସମୟ ରେ ପରିବର୍ତନ କରାଯାଇଛି। ସହରାଞ୍ଚଳରେ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଓ ଗ୍ରାମାଞ୍ଚଳରେ ରାତି ୧୦ରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ।

ବାକି ୨୦ ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ବର ଓ କଟକରେ ମଧ୍ୟ ରାତି ୯ଟାରୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ସେହିପରି ୧୦ଟି ସୀମାନ୍ତ ଜିଲ୍ଲା ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ରହିବ। ଶନିବାର ଓ ରବିବାର ସହରାଞ୍ଚଳରେ ସଟ୍‌ଡାଉନ୍‌ ରହିବ।୧୯ରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଶୁଦ୍ଧି କ୍ରିୟାରେ ୨୦ ଜଣଙ୍କୁ ଅନୁମତି ମିିଳିବ।

ରାଜ୍ୟରେ ସମସ୍ତ ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହେବ।କିନ୍ତୁ ନାଇଟ୍‌ କର୍ଫ୍ୟୁ ସମୟରେ ସମସ୍ତ ଜରୁରୀ ସେବା ଜାରି ରହିବ। କୌଣସି ନିର୍ଦ୍ଦିଷ୍ଟ ପାସ୍‌ ବା ପରମିଟ୍‌ ଦିଆଯିବ ନାହିଁ ।