ଆନ୍ଧ୍ର- ଓଡ଼ିଶା ସୀମାରେ ବୁଲିଲା ମହାବଳ ବାଘ

ଭୁବନେଶ୍ୱର,୨୨/୦୮:  ଆନ୍ଧ୍ର- ଓଡ଼ିଶା ସୀମାରେ ଗୁଣୁପୁରରେ ମହାବଳ ବାଘ ବୁଲୁଥିବାର ଭିଡିଓ ଭାଇରାଲ ହେଉଛି । ଆନ୍ଧ୍ରର ଶ୍ରୀକାଲୁଲମ୍ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ବୁଲୁଥିବାର ମଧ୍ୟ କୁହାଯାଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ମହାବଳ ବାଘ ହଠାତ୍ ରାସ୍ତା ଉପରକୁ ଚାଲି ଆସିବା ସହ କିଛଇ ଦୂର ଅତିକ୍ରମ କରି ଗୋଟିଏ ପୋଲ ତଳକୁ ଖସିଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । ବାଘ ବୁଲିବା ଖବର ଜଣାପଡ଼ିବା ପରେ ଶ୍ରୀକାକୁଲମ୍ ବନ ବିଭାଗର କର୍ମଚାରୀ ସେହି ଅଂଚଳରେ ପହଞ୍ଚିଛନ୍ତି । ସମ୍ଭାବ୍ୟ ସ୍ଥାନରେ ସନ୍ଧାନ ମଧ୍ୟ କରିଛନ୍ତି ବନ କର୍ମଚାରୀ । କିଛି କିଛି ସ୍ଥାନରେ ବାଘର ପାଦ ଚିହ୍ନ ବନ ବିଭାଗ କର୍ମଚାରୀ ଦେଖିଛନ୍ତି । ଏହା ପରେ ବନ ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ କୁହାଯାଇଛି । ସେହିପରି ଗୃହପାଳିତ ପଶୁଙ୍କୁ ମଧ୍ୟ ଜଙ୍ଗଲ ନଛାଡିବା ପାଇଁ କୁହାଯାଇଛି ।