ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ନେଇ ଘୋଷଣା ହେଲା ତାରିଖ

ଭୁବନେଶ୍ବର,୨୪/୦୧: ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି। ଦର୍ଶକମାନଙ୍କ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଟିକେଟ୍‌ କିଣିବାର ବ୍ୟବସ୍ଥା ଖୁବ୍‌ ଶୀଘ୍ର କରିବାକୁ ଯାଉଛି। ସୂଚନା ଅନୁସାରେ ଦର୍ଶକମାନଙ୍କ ପାଇଁ ଆସନ୍ତା ଫେବ୍ରୁଆରି ୨ ତାରିଖରେ ଅନ୍‌ଲାଇନ୍‌ରେ ୪ ହଜାର ଟିକେଟ ଉପଲବ୍ଧ ହେବ। ସେହିପରି କ୍ରିକେଟ୍‌ପ୍ରେମୀମାନେ ଆସନ୍ତା ୫-୬ରେ କାଉଣ୍ଟର ଟିକେଟ୍‌ କିଣିପାରିବେ। କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।