ଥୋମାସ କପ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତ ରଚିଲା ଇତିହାସ

ଭୁବନେଶ୍ୱର, ୧୫/୫: ଥୋମାସ କପ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତ ରଚିଲା ଇତିହାସ । ପ୍ରଥମ ଥର ପାଇଁ ଚାମ୍ପିଆନ୍ ହୋଇଛି ଦଳ । ଟାଇଟଲ ଜିତିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଫାଇନାଲରେ ଭାରତୀୟ ଦଳ, ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରିଛି । ଦୀର୍ଘ ୭୩ ବର୍ଷ ପରେ ଭାରତ ଏହା ଜିତିଛି।