ଏବେଠୁ ଅସହ୍ୟ ହେଲାଣି ତାତି, ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼

ଭୁବନେଶ୍ୱର,୨/୦୩: ଏବେଠୁ ଅସହ୍ୟ ହେଲାଣି ଖରା । ଜଳୁଛି ସାରା ଓଡ଼ିଶା, ବିଶେଷ କରି ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼ । ଗତକାଲି ୩୮. ୫ ଡିଗ୍ରୀ ସହ ଟିଟିଲାଗଡ଼ ଭାରତର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଦେଶର ୧୦ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାରୁ ୪ ଜିଲ୍ଲା ରହିଛି । ୩୮.୨ ଡିଗ୍ରୀ ସହ ଝାରସୁଗୁଡ଼ା ଚତୁର୍ଥ ସ୍ଥାନରେ ଥିବା ବେଳେ ୩୮ ଡିଗ୍ରୀ ପାରଦ ସହ ବଲାଙ୍ଗୀର ଷଷ୍ଠ ସ୍ଥାନରେ ରହିଛି । ସେହିପରି ୧୦ ନମ୍ବର ତାଲିକାରେ ରହିଛି ଅନୁଗୁଳ ।