ଶ୍ରୀମନ୍ଦିରର ଦୁଇଟି ଫାଇଲର ପତା ମିଳୁନି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୧୯/୪: ପୁରୀ ଶ୍ରୀମନ୍ଦିରକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ ଭାବେ ପରିଚିତ  କରିବାକୁ ପ୍ରୟାସ ହେଉଛି । ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଜୋରଦାର ଚାଲିଛି । ଏହାରି ଭିତରେ  ଶ୍ରୀମନ୍ଦିରର ଦୁଇଟି ଫାଇଲ୍ ମିଳୁନାହିଁ । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିଥିଲା । ଆଉ ଏବେ ଫାଇଲ ହଜିଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଫାଇଲ ହଜାଇଛି ରାଜ୍ୟ ସରକାରଙ୍କ ଆଇନ୍ ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ରିପୋର୍ଟ ଦାଖଲ ନିମନ୍ତେ ଏହି ଦୁଇଟି ଫାଇଲର ଆବଶ୍ୟକତା ରହିିଛି ।

ଦୁଇଟି ଫାଇଲ ଏବେ କେଉଁଠି ରହିଛି ତାକୁ ପ୍ରାଥମିକତା ଭିତିିରେ ଖୋଜିବା ପାଇଁ ଆଇନ ବିଭାଗର ଉପସଚିବ ବିଭାଗର ସମସ୍ତ ଶାଖାକୁ ଚିଠି ଲେଖିଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ପୂର୍ବତନ ପରିଚାଳନା କମିଟି ସଦସ୍ୟ  ।