ରାଜଧାନୀରେ ଆସନ୍ତା ୨୩ରୁ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର, ୯/୮: ରାଜଧାନୀ ଭୁବନେଶ୍ବରରେ ଅଗଷ୍ଟ ୨୩ରୁ  ଧର୍ମାନୁଷ୍ଠାନ ଖୋଲିବ। କୌଣସି ଧର୍ମାନୁଷ୍ଠାନରେ ୨୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ନାହିଁ। କେବଳ ଲିଙ୍ଗରାଜ ମନ୍ଦିରରେ ଏକ ସମୟରେ ୧୦୦ ଜଣଙ୍କୁ ଅନୁମତି ମିଳିଛି। ଧର୍ମାନୁଷ୍ଠାନରେ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଛି। ଭିତରେ ଓ ବାହାରେ ଛେପ ପକାଇବା ନିଷେଧ ଓ ପୂଜକମାନେ କୋଭିଡ ନେଗେଟିଭ୍‌ କିମ୍ବା ୨ ଡୋଜ୍‌ ଟିକା ନେଇଥିବା ଜରୁରୀ ରହିଛି । ସେହିପରି ବୟସ୍କ, ଗର୍ଭବତୀ ବା ୧୮ରୁ କମ୍‌ ବୟସ୍କଙ୍କୁ ଧର୍ମାନୁଷ୍ଠାନକୁ ଅନୁମତି ନାହିଁ ।