କାୟା ବିସ୍ତାର କରିବାରେ ଲାଗିଛି କରୋନା: ଭୁବନେଶ୍ୱରରେ ସବୁ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୨୦/୪: ରାଜ୍ୟରେ ଏବେ କରୋନା ଦ୍ୱିତୀୟ ଲହରୀ ତାଣ୍ଡବ ରଚୁଛି। ତେଣୁ ସୁରକ୍ଷା ଦୃଷ୍ଟି ରୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରରହ କରାଯାଉଛି। ସେହିପରି ଆଜି ବିଏମସି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜଧାନୀ ଭୁବନେଶ୍ୱର ମହାନଗର ନିଗମରେ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଏହିିିପରି ନିଷ୍ପତ୍ତି ନେଇଛି । ଆସନ୍ତାକାଲିଠାରୁ ଲାଗୁ ହେବ ଏହି ନିୟମ । ସମସ୍ତ ପ୍ରକର ନୀତିକାନ୍ତି ହେବ କିନ୍ତୁ ଭକ୍ତଙ୍କ ପ୍ରବେଶରେ କଟକଣା ଲାଗୁ କରାଯିବ।