ଦୁଇ ଦିନ ପରେ ବଢିବ ରାଜ୍ୟର ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର, ୧୯/୧: ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଥଣ୍ଡା ଅନୁଭୂତି ହୋଇଛି। କିନ୍ତୁ ୨ ଦିନ ପରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ଓ ଶୀତ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଆସନ୍ତାକାଲି ରାଜ୍ୟର ୬ଟି ଜିଲ୍ଲାରେ ଘନ କୁହୁଡ଼ି ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ତେଣୁ ଏହିସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।